ବ୍ୟୁରୋ: ତାମିଲ ଏବଂ ମାଲାୟାଲମ ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ । ହୃଦ୍ଘାତରେ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ପରିବାରଲୋକେ । ୪୮ ବର୍ଷିୟ ଡାନିଏଲଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ଚେନ୍ନାଇର କୋଟିଭକ୍କାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶୁକ୍ରବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ଚଳଚ୍ଚିତ୍ରରେ ଡାନିଏଲ୍ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ନକାରାତ୍ମକ ଚରିତ୍ରରେ ଅଭିନୟ କରି ତାଙ୍କ ପ୍ରଶଂସକଙ୍କ ପାଖରେ ବେସ ପରିଚିତ ଥିଲେ । ସେ କମଲ ହାସନ, ସୂର୍ୟ୍ୟ, ମାମୁତି, ମୋହନଲାଲ ଏବଂ ଅନ୍ୟାନ୍ୟ ଅନେକ ବଡ ତାରକାଙ୍କ ସହ କାମ କରିଥିଲେ । ତାଙ୍କର ହଠାତ୍ ବିଦାୟ, ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଝଟକା ଲାଗିଛି । ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ପ୍ରଶଂସକମାନେ ତାଙ୍କୁ ମନେ ରଖି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
Views: 81