ଭୁବନେଶ୍ୱର : ଚିନ୍ତା ବଢାଇଲା ସାପ କାମୁଡା ଜନିତ ମୃତ୍ୟୁ । ସମସ୍ତ ମେଡିକାଲରେ ଆଣ୍ଟି ଭେନମ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ । ଏହା ସହ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଦଶ । ଗୁଣି ଗାରେଡିକୁ ବିଶ୍ୱାସ ନ କରି ମେଡିକାଲ ଆଣିବାକୁ ପରାମର୍ଶ ।
ସାପ କାମୁଡେ କେଉଁଠି ?
ବର୍ଷା ଦିନେ ବଢିଯାଏ ସାପ କାମୁଡା ଘଟଣା । ସାପଙ୍କ ଆବାସସ୍ଥଳିରେ ପାଣି ପଶିଯିବାରୁ ସେମାନେ ବାହାରକୁ ଆସିଥାନ୍ତି । ବିଲରେ କାମ କରିବା ବେଳେ କାମୁଡି ଥାଏ ସାପ । ନାଳ, ନର୍ଦ୍ଦମା ପାଖରେ ବି ବଢିଯାଏ ସାପ କାମୁଡା ଘଟଣା । ବର୍ଷା ଦିନେ ଘରେ ମଧ୍ୟ ପଶି କାମୁଡିଥାଏ ସାପ । ଘରେ ଶୋଇଥିବା ବେଳେ ଚୋଟ ମାରିଥାଏ । ଅଜାଣତରେ ଗୋଡ ପଡିଗଲେ ବି କାମୁଡିଥାଏ ସାପ ।
କେଉଁ କେଉଁ ସାପ କାମୁଡିଲେ ହୋଇଥାଏ ବିପଦ ?
ନାଚ, ତମ୍ପ,ଚିତି, ରଣା , ଅହିରାଜ ସାପ କାମୁଡିଲେ ହୋଇଥାଏ ବିପଦ । ଅହିରାଜ ପୃଥିବୀର ସବୁଠାରୁ ବଡ ବିଷଧର ସାପ । ଏହା ବ୍ୟତୀତ ଓଡିଶାରେ ସସ୍କେଲ୍ଡ ଭାଇପର ବା ଧୂଳିଆ ବୋଡା ଓ ବମୁ ପିଟ୍ ଭାଇପର ବା ଡାଳୁଆ ବୋଡା ଭଳି ବିଷଧର ସାପ ଦେଖାଯାଏ । ସାପ କାମୁଡିଲେ ବିନ୍ଧା, ଛିଟିକା ମଧ୍ୟ ହୋଇଥାଏ । କିଛି ସାପ ବିଷ ଧିରେ ଧିରେ ଶରୀରରେ ପ୍ରସାରିତ ହୁଏ । ଚିତି ସାପ କାମୁଡିଲେ ବେଳେ ବେଳେ କୈାଣସି ଲକ୍ଷଣ ଦେଖାଯାଏ ନାହିଁ ।
ସାପ କାମୁଡିଲେ କଣ କରିବେ ?
ସାପ କାମୁଡିଲେ ତୁରନ୍ତ ମେଡିକାଲକୁ ନିଅନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରନ୍ତୁ । ପୀଡିତଙ୍କୁ ଯଥା ସମ୍ଭବ ଧୈର୍ଯ୍ୟ ଦିଅନ୍ତୁ । ଭିନ୍ନ ଭିନ୍ନ ବିଷଧର ସାପ କାମୁଡାରେ ରହିଥାଏ ଭିନ୍ନ ଲକ୍ଷଣ । ସେହି ଅନୁସାରେ ଚିକିତ୍ସା କରିଥାନ୍ତି ଡାକ୍ତର ।