The Ultimate Managed Hosting Platform
ADVERTISEMENT

ଚିନ୍ତା ବଢାଉଛି ଡାଇରିଆ, ମୃତ୍ୟୁ ସଂଖ୍ୟା ୨୧କୁ ଛୁଇଁଲା

Facebook
Twitter
LinkedIn

ଭୁବନେଶ୍ୱର : ଜିଲ୍ଲାକୁ ଜିଲ୍ଲା ଡେଉଁଛି ଡାଇରିଆ । ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଲାଣି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ୭ ଜିଲ୍ଲାରେ କାୟା ମେଲାଇଲାଣି । ରାଜ୍ୟରେ ମୋଟ ୨୧ ଜଣଙ୍କ ରୋଗୀଙ୍କ ଜୀବନ ଯାଇଥିବା ବେଳେ ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଡାଇରିଆକୁ ନେଇ ସ୍ଥିତି ଗମ୍ଭୀର ଥିବା ବେଳେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି । ୩୦ ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର । ଏବେ ପ୍ରତିଦିନ ହେବ ରାଜ୍ୟସ୍ତରୀୟ ସମୀକ୍ଷା । ଡାଇରିଆ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ସ୍ବତନ୍ତ୍ର ବୈଠକ ହୋଇଛି । ପରେ ପ୍ରଭାବିତ ବିଭିନ୍ନ ବ୍ଲକ ଗସ୍ତ କରିଛି ୧୦ ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା କିଭଳି ଗ୍ରହଣ କରାଯାଇଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ । ପାଣିରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି କେନ୍ଦ୍ରୀୟ ଦଳ। ଏଥି ସହ ପାଣି ଫୁଟାଇ ପିଇବା ସହ ପରିବେଶ ନିର୍ମଳ ରଖିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା

ଆଜି ନୀଳାଦ୍ରିବିଜେ , ନୀଳକନ୍ଦରକୁ ଫେରିବେ ମହାବାହୁ

ପୁରୀ : ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି...

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ADVERTISEMENT
ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

Login