ଭୁବନେଶ୍ଵର : ଫେରିବ କି ଲକଡାଉନ । କାରଣ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଦେଶରେ ସଂକ୍ରମଣ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଗତ ୧ ସପ୍ତାହ ଧରି ଲାଗାତାର ୩ ହଜାର ଉପରେ ଦୈନିକ ସଂକ୍ରମଣ। କିଛି ରାଜ୍ୟରେ ହୁ ହୁ ହୋଇ କରୋନା ବଢୁଥିବାରୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। ସ୍ଥିତିର ସମୀକ୍ଷା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ବୈଠକ ଡାକିଛନ୍ତି। ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କୋଭିଡ ମୁକାବିଲା ଓ ସତର୍କତା ନେଇ ବୈଠକରେ ହେବ ଆଲୋଚନା। ଆଜି ଭର୍ଚୁଆଲ ମୋଡରେ ଏହି ବୈଠକ ହେବ । ଏଥିରେ କୋଭିଡ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀ ବି ସାମିଲ ହେବେ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଛି । ୧୯୫ ଦିନ ପରେ ଏହା ହେଉଛି ସର୍ବାଧିକ ମାମଲା ।
Views: 77