
ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହ୍ୟାକଥନ ଏବଂ କୋଡ଼ିଙ୍ଗ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ହନ୍ତାଳଙ୍କ ତତ୍ଵାବଧାନରେ ବିଦ୍ୟାଳୟର ୬୦ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ହ୍ୟାକଥନ ଏବଂ କୋଡ଼ିଙ୍ଗ ପ୍ରଶିକ୍ଷଣ କାର୍ୟ୍ୟକ୍ରମ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଗଲା ୨୭ ତାରିଖରୁ ଆରମ୍ଭ ହୋଇ ଦୁଇ ତାରିଖରେ ଅତଏବ ଚାରିଦିନ ଧରି ଚାଲିଥିଲା । ପ୍ରଶିକ୍ଷକ ଭାବରେ ସମ୍ବିଦ ତ୍ରିପାଠୀ ଯୋଗଦେଇ ଚାରିଦିନ ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ଆଗେଇ ନେଇଥିଲେ । ଉକ୍ତ କାର୍ୟ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ସୁନ୍ଦର ଭବିଷ୍ୟତ ଦିଗରେ ମହତ୍ୱପୂର୍ଣ୍ଣ କଥା କହିଥିଲେ । ବିଦ୍ୟାଳୟର କୋଡ଼ିଙ୍ଗ କ୍ଲବ ଜରିଆରେ ଏହି ଶିକ୍ଷଣ କାର୍ୟ୍ୟକ୍ରମ ଚାଲି ଆସୁଥିବାବେଳେ କେତେକ ଭିର୍ଣ୍ଣ କୌଶଳ ତଥା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପୂର୍ବକ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ପ୍ରଶିକ୍ଷକ ଅତି ସରଳ, ସରଶ ଓ ସୁନ୍ଦର ଭାବରେ ସମ୍ପର୍ଣ କରିଥିଲେ । କୋଡ଼ିଙ୍ଗ ବିଷୟରେ ମୌଳିକ ଜ୍ଞାନ ବାଣ୍ଟିବା ସହିତ ବର୍ଜ୍ୟରୁ କାର୍ଡ, ମାଗାଜିନ/ମିନିଜିନ ସୌଖିନି ଦ୍ରବ୍ୟ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ତିଆରି କରିବାର କୌଶଳ ଶିକ୍ଷାର ସୃଜନଶୀଳତା, ଜଟିଳ ଚିନ୍ତନ ଓ ମାନସିକ ଆଲୋଡନ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାର ଉଦାହରଣ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବା ସହ ତାହାର ପ୍ରୟୋଗ ମାଧ୍ୟମରେ ସେମାନେ କିପରି ସହଜରେ ନିଜର ତଥା ସମାଜର ଉର୍ନତି ସାଧନ କରିବ ସେ ସମ୍ବଦ୍ଧରେ ବିଶେଷ ଆଲୋଚନା ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।











