The Ultimate Managed Hosting Platform
ADVERTISEMENT

ଚିଟଫଣ୍ଡ ; ନୂଆ ସରକାର ଦେଲେଣି ୪୯ କୋଟି

Facebook
Twitter
LinkedIn

ଭୁବନେଶ୍ୱର : ଚିଟପଣ୍ଡ କ୍ଷତିଗ୍ରସ୍ତଙ୍କୁ ନୂଆ ସରକାର ଫେରସ୍ତ କଲେଣି ୪୯ କୋଟି ୬୭ ଲକ୍ଷ । ବିଧାୟକ ଗୈାତମ ବୁଦ୍ଧଦାସଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ୧୪ ମାସ ମଧ୍ୟରେ ୪୯,୬୭,୬୮,୫୪୮ଟଙ୍କା ଫେରସ୍ତ କରିଛନ୍ତି। ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀ, ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀ, ହାଇ-ଟେକ୍ ଇଷ୍ଟେଟସ୍ ଗ୍ରୁପ୍ ଅଫ୍ କମ୍ପାନୀର ଏବଂ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟରେ ସୁପାରିଶ କରାଯାଇଥିବା ଜମାକାରୀଙ୍କୁ ମିଶାଇ ସର୍ବ ମୋଟ ୧,୩୩,୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଅନ୍ତର୍ଭୁକ୍ତ। ୪,୭୨,୬୫୧ ଜଣ କ୍ଷୁଦ୍ର ଜମାକାରୀକୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ କରିଥିଲେ। ସେମାନଙ୍କ ମଧ୍ୟରୁ ୯୬,୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଅଛି । ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍ ପାଣ୍ଠି ସୃଷ୍ଟି କରିଛନ୍ତି । ରାଜ୍ୟରେ ଆନୁମାନିକ ୨୪,୭୫,୭୮୨ କ୍ଷତିଗ୍ରସ୍ତ ଜମାକାରୀ ୬୮୬୦,୧୪,୪୨,୨୬୩ ଟଙ୍କା ବିଭିନ୍ନ ବେଆଇନ୍ ଆର୍ଥିକ ପ୍ରତିଷ୍ଠାନରେ ପୁଞ୍ଜି ନିବେଶ କରିଛନ୍ତି। ୩,୧୬,୦୬୩ ଜଣ ଜମାକାରୀଙ୍କୁ ମୋଟ ୧୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login