The Ultimate Managed Hosting Platform
ADVERTISEMENT

ଚାଷ ବିଲ ଦେଖି ଚାଷୀର ଚାଲିଗଲା ଜୀବନ !

Facebook
Twitter
LinkedIn

କେନ୍ଦ୍ରାପଡା : ଚାଷ ବିଲ ଦେଥି ଚାଷୀର ମୃତ୍ୟୁ ଅଭିଯୋଗ । ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ମୃତ୍ୟୁ ଅଭିଯୋଗ । ଧାନ ଫସଲରେ ପାଣି ପଶିବା ଦେଖି ହୃଦଘାତରେ ମୃତ୍ୟୁ ଅଭିଯୋଗ । ୭ ଏକର ଜମିରେ ଲକ୍ଷାଧିକ ଖର୍ଚ୍ଚ କରି ଧାନ ଫସଲ କରିଥିଲେ । ଘରକୁ ଫେରିବା ପରେ ହୃଦଘାତ ହୋଇଥିବା ପରିବାରର ଅଭିଯୋଗ ।
ପୁଷ ମାସର ଅଦିନିଆ ବର୍ଷା ଦେଇଛି ଚାଷୀଙ୍କ ମନରେ ଦୁଃଖ । ଆଉ କେଇଟା ଦିନରେ ଚାଷୀ କଟା ଧାନକୁ ଖଳାକୁ ଆଣି ଅମଳ କରିଥାନ୍ତା । କିନ୍ତୁ ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି ପହଞ୍ଚେ । ଆଜି ଏହି ଲୋକ କଥାଟି ସତ୍ୟ ପ୍ରମାଣିତ ହୋଇଛି । ଜମିରେ କେଉଁଠି ଧାନ ବନ୍ଧା ହୋଇ ଜମିରେ ପଡିଛି ତ ଆଉ କେଉଁ ଜମିରେ ଧାନ କଟା ନ ହୋଇ ପଡ଼ିରହିଛି । ଚାଷୀଙ୍କ କଟା ଧାନରେ ପାଣି ପଶିଯାଇଛି । ଚାଷୀ ପାଣିରୁ କଟା ଧାନକୁ ଉପରକୁ ଶୁଖାଇବାକୁ ଆଣିଲା ବେଳେ ତାହାସବୁ ଗଜସ ହୋଇଗଲାଣି । ଯାହାକୁ ଦେଖିବା ପରେ ଚାଷୀଙ୍କ ହୋସ ଉଡ଼ିଗଲାଣି । କେମିତି ପରିବାର ପେଟକୁ ବର୍ଷକର ଆହାର ଦେବେ ସେ ଚିନ୍ତାରେ ଚାଷୀଙ୍କ ଆଖିରୁ ନିଦ ହଜିଗଲାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login