The Ultimate Managed Hosting Platform
ADVERTISEMENT

ଚାରା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ, ଜଣେ ଗିରଫ

Facebook
Twitter
LinkedIn

ଲମତାଫୁଟ : ଚାରା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଛନ୍ତି । କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସକୁ ମିଳିଛି ବଡ ସଫଳତା । ନିମ୍ବ ଚୋରା ବୋଝେଇ ଗାଡିରୁ ୧ ଟନ ଗଞ୍ଜେଇ ଜବତ ହୋଇଛି । ଜବତ ୧ ଟନ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ । ଏହି ଗଞ୍ଜେଇ ସ୍ଥାନୀୟ ବୁଡିଂ ଗାଁରୁ ରାଜସ୍ଥାନକୁ ଚାଲାଣ କରା ଯାଉଥିଲା ବୋଲି ଜଣା ପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗାଡ଼ି ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ସୂଚନା ଅନୁସାରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ଥାନା ପୋଲିସ ରାସ ଅଫିସ୍ ନିକଟରେ ନାକା ବନ୍ଦୀ କରି ଜଗି ରହିଥିଲା । ଏହି ସମୟରେ ବିପରୀତ ଦିଗରୁ ଏକ ରାଜସ୍ଥାନ ରେଜିଷ୍ଟ୍ରେସନ୍ ନଂ ଆଇଚର ଗାଡ଼ି ଆସିଥିଲା । ଗାଡ଼ିକୁ ଅଟକାଇ ଯାଞ୍ଚ ବେଳେଡାଲା ଭିତରେ ନିମ୍ବ ଚାରା ସହିତ ବିପୁଳ ପରିମାଣରେ ଗଞ୍ଜେଇ ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login