ଚାନ୍ଦବାଲି : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା । ୪ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ଛାନଭିନ । ନ୍ୟାୟ ଦାବିରେ ୩ଟି ସ୍ଥାନରେ ଟାୟାର ଜାଳି ଲୋକଙ୍କ ରାସ୍ତା ଅବରୋଧ । ହାଟପଟି, ମଧୁବାବୁ ଛକ ଏ ବସଷ୍ଟାଣ୍ଡରେ ରାସ୍ତା ଅବରୋଧ ।ଗତକାଲି ସକାଳେ ୧୦ ବର୍ଷିୟା ନାବାଳିକା ନିଖୋଜ ଥିଲେ । ପରେ ସନ୍ଧ୍ୟାରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ ଦୁଷ୍କର୍ମ କରି ଅନ୍ଧକାର ଭିତରେ ବୁଦାଳିଆ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।
Views: 93











