ଖୋର୍ଦ୍ଧା : ଚାକିରି ନାଁରେ ୧ କୋଟି ୫ ଲକ୍ଷ ଠକେଇ ମାମଲାର ଅଭିଯୁକ୍ତ ଗିରଫ । ଭୁବନେଶ୍ୱର ବିଷ୍ଣୁପ୍ରସାଦ ପଟ୍ଟନାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚା ଜାଲ ଅଫର ଲେଟର ଓ ନିୁକ୍ତି ପତ୍ର ଦେଇ ହାତଉଥିଲା ଟଙ୍କା । ଜଣଙ୍କ ଠାରୁ ୯୦ ଲକ୍ଷ ଓ ଅନ୍ୟ ଜଣଙ୍କ ଠାରୁ ୧୫ ଲକ୍ଷ ଠକେଇ ଅଭିଯୋଗ । । ଉଚ୍ଚ ଦରମାରେ ନିଯୁକ୍ତି ଦେବ କହି ଜଣେ ଏରୋନେଟିକ ଇଂଜିନିୟରଙ୍କୁ ୯୦ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା । ବ୍ରିଟିଶ ଏୟାର ୱେଜ୍ ଓ ଲୁପଥାନ୍ସା ଏୟାରୱେଜରେ ଚାକିରି ଦେବ କହିଥିଲା ଠକ । ଆଉ ଜଣେ ଇଲୋକଟ୍ରୋନିକ୍ସ ଇଂଜିନିୟରଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲା । ଗୁଣୁପୁର ଥାନାରେ ଉଭୟ ଠକେଇ ଘଟଣାରେ ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ କରି ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓରଫ ବିରଞ୍ଚି ପଟ୍ଟନାୟକ ଦୁଇ ଜଣ ଇଂଜିନିୟଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇଥିଲା ।
Views: 28