ସୁନ୍ଦରଗଡ : ଚାକିରି ନାଁରେ ଏକାଧିକ ଯୁବକ ଯବତୀଙ୍କୁ ଠକେଇ । ଠକେଇ ଅଭିଯୋଗ ପରେ ଟାଉନ ଥାନାରେ ମାମଲା ରୁଜୁ । ୬ ଜଣଙ୍କ ଅଭିଯୋଗ ଆଧାରରେ ଟାଉନ ଥାନାରେ ମାମଲା ରୁଜୁ । ୩ ଜଣଙ୍କ ନାଁରେ ଠକେଇ ଅଭିଯୋଗ ଆଣିଲେ ଚାକିରି ଆଶାୟୀ । ସୁନ୍ଦରଗଡ ମେଡିକାଲ କଲେଜରେ ଚାକିରି କରାଇବା ନାଁରେ ଠକେଇ । ଡିନ୍ ଙ୍କ ଜାଲ୍ ଦସ୍ତଖତରେ ଜାଲ୍ ନିଯୁକ୍ତି ପତ୍ର ଦିଆଯାଇଥିବା ଅଭିଯୋଗ । ଆଟେଣ୍ଡାଣ୍ଟ , ଡାଟା ଏଣ୍ଟ୍ରି ଅପରେଟର , ସିକ୍ୟୁରିଟି ଗାର୍ଡ ଚାକିରି ନାଁରେ ଠକେଇ । ସିଧାସଳଖ ଏହା ଠକେଇ ହୋଇଥିବା କହିଲେ ଡିନ୍ । ଏମିତିକି ଏଥିରେ ସ୍କୁଲ ଶିକ୍ଷକ ସାମିଲ ଥିବା ଅଭିଯୋଗ ହୋଇଛି । ଏଥିରେ ଏକ ରାକେଟ କାମ କରୁଥିବା ଜଣାପଡିଛି । ବର୍ତ୍ତମାନ କେବଳ ୪-୫ ଆଶାୟୀ ଠକେଇର ଶିକାର ହୋଇଥିବା ଜଣାପଡିଥିବା ବେଳେ ଠକେଇର ଚେର ଆହୁରି ଲମ୍ବିଥିବା ସନେ୍ଦହ କରାଯାଉଛି ।
Views: 75