କଳାହାଣ୍ଡି : ଭବାନୀପାଟଣାରେ ଭୟଙ୍କର ଦୁର୍ଘଟଣା । ଚାଉଳ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଫଳରେ ୨ଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଗୋଟିଏ ଟ୍ରକ ସହିତ ଡ୍ରାଇଭର ଜୀବନ୍ତ ଜଳିଯାଇଛନ୍ତି । ସେହିପରି ଅନ୍ୟ ଏକ ଟ୍ରକରେ ମଧ୍ୟ ନିଆଁ ଲାଗି ଯାଇଥିବା ବେଳେ ଡ୍ରାଇଭରଙ୍କ ପତ୍ତା ମିଳୁନି । କଳାହାଣ୍ଡି ଜିଲ୍ଲା ସଦର ଥାନା ପାସ୍ତିକୁଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଆଜି ସକାଳ ୪ଟାରେ ଦୁର୍ଘଟଣା ଘଟିଛି । ଖବର ପାଇଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଜୀବନ ବଞ୍ଚାଇବାରେ ସମ୍ଭବ ହୋଇ ପାରି ନ ଥିଲେ । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନ ଥିବା ବେଳେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 35