ନୂଆଦିଲ୍ଲୀ : ଶ୍ୱାସ ରୋଗ ସମ୍ବନ୍ଧୀୟ ସମସ୍ୟା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ । ଚୀନରେ ବ୍ୟାପୁଥିବା ଏହି ଲକ୍ଷଣ ଜନିତ ରୋଗ ପାଇଁ ଆଗୁଆ ସତର୍କତା । ଆଗୁଆ ପ୍ରସ୍ତୁତି ପାଇଁ ସବୁ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ । ଜିଲ୍ଲା ଓ ରାଜ୍ୟସ୍ତରୀୟ ସର୍ଭେଲାନ୍ସରେ ଆଇଏଲଆଇ/ଏସଏଆରଆଇ ଲକ୍ଷଣ ଚିହ୍ନଟ କରନ୍ତୁ । ଯେଉଁ ରୋଗ ସହ ଶ୍ୱାସକ୍ରିୟାର ସମସ୍ୟା ଜଡିତ, ସେଥିପାଇଁ ବ୍ୟବସ୍ଥା ନିଦେ୍ର୍ଦଶ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନଜର ରଖିଛି , ଭୟଭୀତ ହେବାର କାରଣ ନାହିଁ ଜଣାଇଲା ।
ଏଚ୍୯ଏନ୍୨ ଭୂତାଣୁ ସଂକ୍ରମଣର ସଂଖ୍ୟା ଚୀନର ପିଲାମାନଙ୍କ ଶରୀରରେ ଦ୍ରୃତ ଗତିରେ ବଢିବାରେ ଲାଗିଛି । ଏବଂ ଅନ୍ୟାନ୍ୟ ଜାବତୀୟ ରୋଗରେ ମଧ୍ୟ ଚୀନର ଲୋକମାନେ ପୀଡିତ ହେଲେଣି । ଏହିଭଳି ପରିସ୍ଥିତିରେ ରାମ ମନୋହର ଅଟୋମୋବାଇଲ ର ନିର୍ଦେଶକ ଡଃ ଅଜୟ ଶୁକ୍ଲା ଲୋକମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାବଧାନ ରହିବା ପାଇଁ ଏବଂ ସଫା ସୁତୁରା ଉପରେ ଅଧିକ ଧ୍ୟାନ ଦେବା ପାଇଁ । ଡଃ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଶ୍ୱାସକ୍ରିୟା ରୋଗ ବା ସଂକ୍ରମଣ ଥାଏ ତେବେ ସେମାନେ ସତର୍କ ରହିବା ଉଚିତ ଏବଂ ଅନ୍ୟ ଲୋକମାନଙ୍କଠାରୁ ଦୂରତା ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ୍ । ତେବେ ଏପର୍ୟ୍ୟନ୍ତ ଭାରତରେ ଏହି ରୋଗର ମାମଲା ଦେଖିବା ପାଇଁ ମିଳିନାହିଁ । ତେଣୁ ଏବେ ଭୟ ଭିତ ହେବାର କୌଣସି ଆବଶ୍ୟକତା ନାହିଁ ।
ଚାଇନାରେ ଶିଶୁ ମାନଙ୍କଠାରେ ବ୍ୟାପୁଛି ନିମୋନିଆ, ଚେତାଇଲା ଭାରତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











