The Ultimate Managed Hosting Platform
ADVERTISEMENT

ଚଳିତବର୍ଷ ଆକାଶ ଛୁଇଁବ ଖାଦ୍ୟ ତୈଳ ଦର

Facebook
Twitter
LinkedIn

ସୌରାଷ୍ଟ୍ର ଅଏଲ ମିସର୍ସ ଆସୋସିଏସନ (ଏସଓଏମଏ) ଚଳିତ କ୍ୟାଲେଣ୍ଡର ବର୍ଷରେ ଖାଦ୍ୟ ତୈଳ ଦର ଆକାଶ ଛୁଇଁବ ବୋଲି ଆକଳନ କରିଛନ୍ତି । ବାଦାମ ତେଲ ୧୬ ଲିଟର ଟିଣର ମୂଲ୍ୟ ୨୭୫୦ ଟଙ୍କାକୁ ପହଞ୍ଚିଥିବା ବେଳେ କପାମଞ୍ଜି ତୈଳ ୨୭୦୦ଟଙ୍କା ହୋଇଗଲାଣି। ଚାଷୀଙ୍କ ପାଖରେ ବାଦାମ ଷ୍ଟକ୍‌ ନଥିବା ବେଳେ କଞ୍ଚାମାଲ ଅଭାବ ଦେଶରେ ମୂଲ୍ୟବୃଦ୍ଧି କରିବ ବୋଲି ସତର୍କ କରିଛନ୍ତି। ଏସଓଏମଏ ।

ଗୁଜରାଟ ସରକାରଙ୍କ ପାଖରେ ୧.୫୦ ଲକ୍ଷ ଟନ ବାଦାମ ମହଜୁଦ ଅଛି। ଯଦି ସରକାର ଦର ନିୟନ୍ତ୍ରଣ ପାଇଁ ପୁରା ଷ୍ଟକ୍ ବଜାରରେ ଖୋଲି ଦିଅନ୍ତି ତଥାପି ଦର ନିୟନ୍ତ୍ରଣ ହୋଇପାରିବନି ବୋଲି ସଂଘ କହିଛି। ତେବେ ଏଥିଯୋଗୁ ବଜାର କିଛି ସମୟ ଲାଗି ସ୍ତିର ହୋଇଯାଇପାରେ ବୋଲି କୁହାଯାଇଛି। ଏଣୁ ଖାଉଟିଙ୍କ ପାଇଁ ବର୍ଷଟି ନିଶ୍ଚିତ କଷ୍ଟକର ହେବ ବୋଲି ଏସଓଏମଏ ଅଧ୍ୟକ୍ଷ କିଶୋର ଭାଇ ବିରାଦିଆ କହିଛନ୍ତି। ସେ କହିଛନ୍ତି ଯେ ନଭେମ୍ବର ମାସକୁ ବାଦାମ ନୂଆ ଷ୍ଟକ୍ ଆସିଲେ ବି ବଜାରରେ ତୈଳ ଦର ହ୍ରାସ ହୋଇ ନ ପାରେ। କାରଣ ଚଳିତବର୍ଷ ଜୁନ ୩୦ ତାରିଖ ସୁଦ୍ଧା ବାଦାମ ୧୦ ଲକ୍ଷ ହେକ୍ଟରରେ ଚାଷ ହୋଇଥିବା କହିଛନ୍ତି।

ଅନ୍ୟ ବର୍ଷମାନଙ୍କରେ ବାଦାମ ପ୍ରାୟ ୧୪ ଲକ୍ଷ ହେକ୍ଟର ଜମିରେ ଚାଷ ହୁଏ। ଏଣୁ ବଜାରକୁ ପ୍ରଚୁର ଷ୍ଟକ ମିଳେ। ହେଲେ ଏ ବର୍ଷ କଥା ଭିନ୍ନ ବୋଲି ସେ କହିଛନ୍ତି। ଏଥର ୧୪ ଲକ୍ଷ ହେକ୍ଟର ଜମିରେ ଚାଷୀ କପା ଚାଷ କରିଛନ୍ତି। ଗତ ବର୍ଷ କପାକୁ ବାଜରରେ ଭଲ ଦର ମିଳିଛି। ଏଣୁ ଚାଷୀ ଏବର୍ଷ ବାଦାମ ବଦଳେ କପା ଚାଷ ପ୍ରତି ଅଗ୍ରହୀ ହୋଇଛନ୍ତି। ଯାହା ସିଧା ଦେଶର ଖାଦ୍ୟ ତୈଳ କ୍ଷେତ୍ର ଉପରେ ପଡିବାକୁ ଯାଉଛି ବୋଲି କିଶୋର ଭିରାଦିଆ କହିଛନ୍ତି।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login