The Ultimate Managed Hosting Platform
ADVERTISEMENT

ଚଳନ୍ତା ଅଟୋରେ ଅସଦାଚରଣ ଅଭିଯୋଗ

Facebook
Twitter
LinkedIn

କଟକ : ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା । ଶିଖରପୁର ନିକଟରେ ଅଟୋ ଚାଳକ ଅସଦାଚରଣ କରିଥିବା ଅଭିଯୋଗ । ପୀଡିତାଙ୍କ ଡାକ୍ତରୀ ମାଇନା ସହ ପୋଲିସ ତଦନ୍ତ ଜାରି । ଜାତୀୟ ରାଜପଥ ୧୬ ରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।ଗତ ୮ ତାରିଖରେ ଘଟିଛି ଘଟଣା । ନାବାଳିକା ଜଣକ ନିଜ ବାନ୍ଧବୀ ସହ ଜଗତପୁରରୁ କଟକ ଆସିଥିଲେ । କାମ ସାରି ଫେରିବାବେଳେ ଅସଦାଚରଣର ଶୀକାର ହୋଇଥିଲେ । ନାବାଳିକାଙ୍କ ବାନ୍ଧବୀ ଅଟୋରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିବା ବେଳେ, ଅଟୋ ଚାଳକ ପଛ ସିଟ୍ କୁ ଆସି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଟୋ ଚାଳକକୁ ଖୋଜୁଛି କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login