The Ultimate Managed Hosting Platform
ADVERTISEMENT

ଚନ୍ଦ୍ରାୟାନ-୩ : ଏ କ୍ଷଣ ଅବିସ୍ମରଣୀୟ-ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତର ଚନ୍ଦ୍ର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । ଏ କ୍ଷଣ ଅବିସ୍ମରଣୀୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭାରତ ନୂଆ ଇତିହାସ ରଚିଲା । ଆଜି ସାରା ଭାରତରେ ଉତ୍ସବର ମାହୋଲ । ସାରା ଦେଶବାସୀଙ୍କ ସହ ମୁଁ ବି ଆଜି ଉତ୍ସବରେ ସାମିଲ । ଏ ଅଦ୍ଭୁତ କ୍ଷଣ ପାଇଁ ସାରା ଦେଶବାସୀଙ୍କୁ କୋଟି କୋଟି ବଧାଇ । ଯେଉଁଠି ସାରା ବିଶ୍ୱର କେହି ପହଁଚି ନ ଥିଲେ , ଆମେ ପହଁଚିଲେ । ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳିଗଲା । ଏହି ଦିନକୁ ଦେଶବାସୀ ସବୁଦିନ ମନେରଖିବେ ।
ମୁନ ମିଶନର ସ୍ବର୍ଣ୍ଣିମ ସଫଳତା ପରେ ଝୁମି ଉଠିଥିଲା ସାରା ଦେଶ । ସବୁଠି ଚାଲିଥିଲା ସେଲିବ୍ରେସନ୍ । ଇସ୍ରୋ ମୁଖ୍ୟାଳୟରେ ବି ‘ବନ୍ଦେ ମାତରମ’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ କମ୍ପି ଉଠିଛି। ମୁଖ୍ୟାଳୟ ବାହାରେ ବେଙ୍ଗାଲୁରୁ ବାସିନ୍ଦା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। କେଉଁଠି ନାଚ ଗୀତ ତ ଆଉ କେଉଁଠି କେକ୍ କାଟି ଲୋକ ଉତ୍ସବ ମନାଇଛନ୍ତି । ଆଉ କେଉଁଠି ବାଣ ଫୁଟାଇ ସେଲିବ୍ରେଟ କରିଛନ୍ତି । ଦେଶରେ ଯେମିତି ପାଳନ ହୋଇଥିଲା ଅଦିନିଆ ଦୀପାବଳି। ବିଶେଷ ମୁହୂର୍ତ୍ତକୁ ଲାଇଭରେ ଦେଖିଥିଲେ ୧୪୦ କୋଟି ଭାରତୀୟ । ସାଧାରଣ ଲୋକଙ୍କ ସହ ବହୁ ନେତା, ମନ୍ତ୍ରୀ ବି ଚନ୍ଦ୍ରଯାନର ଅବତରଣରେ ନିଜକୁ ସାମିଲ କରିଥିଲେ । ସଫଳ ଲ୍ୟାଣ୍ଡିଂ ପରେ ଝୁମି ଉଠିଥିଲା ପୂରା ଦେଶ। ଭାରତ ପ୍ରଥମ ରାଷ୍ଟ୍ରଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ସଫଳ ହୋଇଛି। ଇସ୍ରୋ ବୈଜ୍ଞାନିକ ବି ସେଲିବ୍ରେଟ କରିଥିଲେ। ସଫଳତା ପରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି। ସ୍କୁଲ୍ ପିଲାମାନେ ଆନନ୍ଦରେ ନାଚିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login