ପୁରୀ : ଆଜି ଶ୍ରୀଜିଉଙ୍କ ବଡତଡାଉ ବା ସୁନା ବେଶ । ରଥରୂଢ ମହାବାହୁ ସୁନାବେଶରେ ଦେବେ ଦର୍ଶନ । ମହଣ ମହଣ ରତ୍ନଖଚିତ ସୁନାରେ ଶୋଭାପାଇବେ ଶ୍ରୀଜିଉ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।
ପ୍ରତିବର୍ଷ ମହାପ୍ରଭୁଙ୍କ ସୁନାବେଶ ୫ ଥର ଅନୁଷ୍ଠିତ ହୁଏ । ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ) ସହିତ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ମହାପ୍ରଭୁ ସୁନାବେଶରେ ସଜେଇ ହେଇଥାନ୍ତି । ତେବେ ରଥଯାତ୍ରା ସମୟରେ ରଥ ଉପରେ ମହାପ୍ରଭୁ ସୁନାବେଶରେ ସଜେଇ ହେଉଥିବାରୁ, ବାହୁଡା ଏକାଦଶୀ ସୁନାବେଶ ବିଶ୍ୱପ୍ରସିଦ୍ଧ ଅଟେ ।
ଚତୁର୍ଦ୍ଧା ବିଗ୍ରହଙ୍କ ଏହୁ ସୁନା ବେଶ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତ ଆସିଥାଏ । ଭକ୍ତ , ଶ୍ରଦ୍ଧାଳୁଙ୍କର ସମାଗମରେ ବଡଦାଣ୍ଡ ପରିପୂର୍ଣ୍ଣ ହୋଇଯାଏ । ବାହୁଡା ପରଦିନ ସୁନାବେଶରେ ସଜ୍ଜିତ ହୁଅନ୍ତି ଚତୁର୍ଦ୍ଧା ମୂର୍ତ୍ତି । ମହଣ ମହଣ ସୁନା ଲାଗି କରାଯାଇଥାଏ ।
Views: 99











