The Ultimate Managed Hosting Platform
ADVERTISEMENT

ଚତୁର୍ଥ ଦିନ ଧରି ଭାରତ-ପାକ ସୀମାରେ ଫାୟାରିଂ, ସାରା ରାତି ଗୁଳିବିନିମୟ

Facebook
Twitter
LinkedIn

ନୂଆଦିଲ୍ଲୀ : ଲଗାତାର ଚତୁର୍ଥ ଦିନ ଲାଗି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକ୍ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା। ପାକ୍ ଆର୍ମି ପୋଷ୍ଟରୁ ଗୁଳିମାଡ କରାଯାଉଛି। ରାତି ତମାମ ଚାଲିଛି ଫାୟାରିଂ। ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାରେ ଲଗାତାର ଚତୁର୍ଥ ରାତି ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି।କୁପୱାଡା ଏବଂ ପୁଞ୍ଚ ଜିଲ୍ଲା ସୀମାନ୍ତ ପାକିସ୍ତାନ ସେନା ପୋଷ୍ଟରୁ ଗୁଳିମାଡ଼ କରାଯାଉଛି। ନିୟନ୍ତ୍ରଣ ରେଖା ପାରକରି ବିନା ପ୍ରରୋଚନାରେ ଗୁଳି ଚଳାଇଥିଲେ। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଉଛି। ପ୍ରଥମଥର ଲାଗି ପାକିସ୍ତାନ ସେନା ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login