The Ultimate Managed Hosting Platform
ADVERTISEMENT

ଚଣ୍ଡୀ ମନ୍ଦିରରେ ରାଷ୍ଟ୍ରପତି

Facebook
Twitter
LinkedIn

କଟକ : କଟକ ଚଣ୍ଡୀ ମନ୍ଦିରରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । କଟକ ଅଧିଷ୍ଠାତ୍ରୀ ଦେବୀ ମା ଚଣ୍ଡୀଙ୍କୁ ଦର୍ଶନ କଲେ । ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବା ପାଇଁ ପ୍ରବଳ ଭିଡ । ଆଜି କଟକରେ ରାଷ୍ଟ୍ରପତିଙ୍କ ମାରାଥନ କାର୍ଯ୍ୟକ୍ରମ ରହିଛି । ସଡକ ପଥରେ ଯାଇ କଟକରେ ପହଁଚିଲେ । ଚଣ୍ଡୀ ମନ୍ଦିର ଦର୍ଶନରୁ ଆଜିର କାର୍ଯ୍ୟକ୍ରମ ଆରମ୍ଭ କଲେ ।
ଏହା ପରେ ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁବାବୁଙ୍କ ଜନ୍ମସ୍ଥାନରେ ୧୫ ମିନିଟ ବିତାଇବେ । ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ୨୦ ମିନିଟ ସଂଗ୍ରହାଳୟ ବୁଲି ଦେଖିବେ । ସେଠାରୁ ବାହାରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ଆସି ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଏକ ଘଣ୍ଟାର କାର୍ୟ୍ୟକ୍ରମ ସାରି ସେ ବାରବାଟୀ କିଲ୍ଲା ପରିସରରେ ଥିବା ନ୍ୟାୟ ସଂଗ୍ରହାଳୟକୁ ଯାଇ ୧୦ ମିନିଟ ଧରି ପରିଦର୍ଶନ କରିବେ ।ସେଠୁ ମଧ୍ୟାହ୍ନ ଭୋଜନ ପାଇଁ ରାଷ୍ଟ୍ରପତି ହାଇକୋର୍ଟ ପରିସରକୁ ଯିବେ । ଏହାପରେ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବ ଓ ପରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଭୁବନେଶ୍ବର ଫେରିବେ ।
ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସହରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ପରିଚାଳନା ଉପରେ ଅଧିକ ଗୁରୁତ୍ବ ଦେଇଛି ପୋଲିସ । ରାଷ୍ଟ୍ରପତିଙ୍କ ଯିବା ରାସ୍ତାରେ ପଡୁଥିବା ୨୨ଟି ସ୍କୁଲ, କଲେଜ ସହ କଟକର ସମସ୍ତ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login