ଚଣ୍ଡିଗଡ଼ :ବିଜେପିର ବାଜିମାତ । ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜୟୀ ହୋଇଛି ବିଜେପି । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ ସୋନକର ବିଜୟୀ ହୋଇଛନ୍ତି। ମନୋଜ ସୋନକରଙ୍କ ବିପକ୍ଷରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ କୁଲଦୀପ କୁମାର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ ୮ ବର୍ଷ ଧରି ବିଜେପି ମେୟର ପଦରେ ରହିଆସୁଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଚଣ୍ଡିଗଡ଼ରେ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ-ଆମ୍ ଆଦମୀ ପାର୍ଟି (ଆପ୍) ମେଣ୍ଟ ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ପ୍ରଥମ ମୁକାବିଲାରେ ଇଣ୍ଡିଆ ମେଣ୍ଟ ପରାଜିତ ହୋଇଛି।
Views: 98











