The Ultimate Managed Hosting Platform
ADVERTISEMENT

ଚଢା ଦରରେ ମଦ ବିକି ଦୋକାନୀ ଗଣିଲେ ଫାଇନ

Facebook
Twitter
LinkedIn

କଟକ : ଚଢ଼ା ଦରରେ ମଦବିକ୍ରି କରିବା ମହଙ୍ଗା ପଡ଼ିଲା । ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ । କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି ଏମଆରପି ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ ଦେଇ ମଦ କିଣିଥିଲେ। ଚଢ଼ା ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ହେବାରୁ ଖାଉଟି ଅଦାଲତ ଯାଞ୍ଚ ପରେ ଉକ୍ତ ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଜରିମାନା ନେଇଥିଲେ। ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗର ଏକ ସ୍ପେଶାଲ ଟିମ୍ ସେଠାରେ ଛକି ରହିଥିଲେ। ସନ୍ଧ୍ୟା ସମୟରେ ଗୋଡିସାହି ଆସି ଦୋକାନକୁ ଅତର୍କିତ ଭାବେ ସିଲ୍ କରିଥିଲେ। ଏହା ପରେ ସେହି ଅଞ୍ଚଳରେ ଥିବା ବିଭିନ୍ନ ମଦ ଦୋକାନ ଯାଞ୍ଚ କରିଥିଲେ। କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବିଗତ ଦିନ ମାନଙ୍କର ଏପରି ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login