ନବରଙ୍ଗପୁର : ଚକା ଫାଟିବାରୁ ରାସ୍ତାରେ ଓଲଟିଲା ବସ । ବସ ଓଲଟି ଜଣେ ଯାତ୍ରୀଙ୍କ ଜୀବନ ଯାଇଥିବା ସୂଚନା । ନବରଙ୍ଗପୁର ଥାନା ତାରା ଗାଁ ନିକଟରେ ଓଲଟିଲା ବସ । ବସରେ ଉମରକୋଟରୁ ୫୦ରୁ ଅଧିକ ଯାତ୍ରୀ ଜୟପୁର ଯାଉଥିଲେ । ବସ ତଳେ ଜଣେ ଯାତ୍ରୀ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଏଥିରେ ଅକେକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପର୍ୟ୍ୟନ୍ତ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି ।
Views: 136