The Ultimate Managed Hosting Platform
ADVERTISEMENT

ଘୃଣାର ଶିକାର ହୋଇ ଭାଙ୍ଗି ପଡିଛନ୍ତି,ଏମିତି କିଛି କହିଲେ ରସ୍ମିକା….

Facebook
Twitter
LinkedIn

ମୁମ୍ଵାଇ ୧୦।୧୧: ପୁଷ୍ପା ନାୟିକା ରଶ୍ମିକା ମନ୍ଦାନା । ତାଙ୍କ କ୍ୟୁଟ୍‌ନେସ୍‌ ଓ ସୁନ୍ଦରତା ପାଇଁ ସେ ବେଶ୍‌ ଲୋପ୍ରିୟ। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ସେ ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି। ଲଗାତାର ଟ୍ରୋଲିଂ ଓ ନକାରାତ୍ମକତାରେ ସେ ବ୍ୟସ୍ତ ହୋଇପଡ଼ିଲେଣି । ସେଥିପାଇଁ ସୋସିଆଲ ମିଡିଆରେ ନିଜ ମନ କଥା ଖୋଲି କହିଛନ୍ତି । ଯେବେଠୁ ସେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି, ନେଗେଟିଭ୍‌ ଲୋକଙ୍କ ପାଇଁ ପଂଚିଙ୍ଗ ବ୍ୟାଗ୍‌ ପାଲଟିଛନ୍ତି । ଯିଏ ଯାହା ଇଚ୍ଛା ତାଙ୍କୁ କହିଯାଉଛି । ଏହା ଦ୍ୱାରା ତାଙ୍କ ହୃଦୟ ଭାଙ୍ଗିଯାଉଛି ବୋଲି ସେ କହିଛନ୍ତି ।

ଏନେଇ ସେ ଆହୁରି କହିଛନ୍ତି କି ‘ଯେଉଁ ଜୀବନ ମୁଁ ଚୟନ କରିଛି, ତା’ର ଏକ ମୂଲ୍ୟ ଅଛି। ଅଚାନକ ସବୁ ଲୋକ ମୋତେ ଭଲପାଇ ପାରିବେ ନାହିଁ । ତାହା ମୁଁ ଜାଣେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୋତେ ଗ୍ରହଣ କରିପାରୁ ନଥିବା ବ୍ୟକ୍ତି ମୋ ଉପରକୁ ନକାରାତ୍ମକତା ଓ ଘୃଣା ଫକାଇବେ। ଲୋକଙ୍କୁ ଖୁସି କରିବାକୁ କେମିତି ଦିନରାତି କାମ କରୁଛି, ତାହା କେବଳ ମୁଁ ହିଁ ଜାଣିଛି । ମୁଁ ଯାହା କରୁଛି, ସେଥିରୁ ଆପଣ ଖୁସି ଅନୁଭବ କରିବା ଉଚିତ୍‌ । ମୋ ପାଇଁ ଏହା ହିଁ ବଡ଼ କଥା ।

ମୋ କାମରେ କେମିତି ଆମେ ଉଭୟ ଗର୍ବ କରିବା, ତାହା ମୁଁ ସର୍ବଦା ଚେଷ୍ଟା କରୁଛି । କିନ୍ତୁ ଯାହା ମୁଁ କହିନାହିଁ, ସେ ସବୁ ଫାଲ୍‌ତୁ କଥା ପାଇଁ ଲୋକେ ଇଣ୍ଟର୍‌ନେଟ୍‌ରେ ମୋତେ ଓଲଟା ସିଧା କଥା କହୁଛନ୍ତି, ତାହା ଅତ୍ୟନ୍ତ ମନୋବଳ ଭାଙ୍ଗିବା ଭଳି । ନିକଟରେ ମୁଁ ସାକ୍ଷାତକାରରେ ଏଭଳି କିଛି କଥା କହିଛି, ଯାହାକୁ ବୁଲେଇ ବଙ୍କେଇ ମୋ ବିରୁଦ୍ଧରେ ଦେଖାଗଲା । ଇଣ୍ଟର୍‌ନେଟ୍‌ରେ ପ୍ରଚାର ହେଉଥିବା ମନଗଢ଼ା କାହାଣୀ ଯୋଗୁ ଇଣ୍ଡଷ୍ଟ୍ରିରେ ଓ ବାହାରେ ମୋ ସମ୍ପର୍କ ବହୁତ ଖରାପ ହୋଇପାରେ । ସମାଲୋଚନାକୁ ମୁଁ ପ୍ରଶଂସା କରେ, କାରଣ ଏହା ମୋତେ ଉନ୍ନତି କରିବାକୁ ପ୍ରୋତ୍ସାହିତ କରେ ।

କିନ୍ତୁ ନକାରାତ୍ମକତା ଓ ଘୃଣାକୁ କେମିତି ଗ୍ରହଣ କରିବି । ଏ ସବୁକୁ ମୁଁ ଦୀର୍ଘ ଦିନରୁ ଅଣଦେଖା କରିଆସୁଥିଲି । କିନ୍ତୁ ଏହା ଦିନକୁ ଦିନ ବିଗିଡ଼ି ଚାଲିଛି । ମୁଁ ମୋ ଚାରିପାଖରେ ସମସ୍ତଙ୍କୁ ଭଲପାଏ । ଯେଉଁମାନଙ୍କ ସହ ଏପର୍ଯ୍ୟନ୍ତ କାମ କରିଛି, ସେମାନଙ୍କୁ ସର୍ବଦା ପ୍ରଶଂସା କରିଛି । କଠିନ ପରିଶ୍ରମ ଜାରି ରଖିବି । ଆପଣଙ୍କ ପାଇଁ ଆହୁରି ଭଲ କରିବି । ଆପଣଙ୍କୁ ଖୁସି ରଖିବା ନିଜକୁ ଖୁସି ରଖିବା ସହ ସମାନ ।’

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ADVERTISEMENT
ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

Login