ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଆଲମୋରାରେ ଭୟଙ୍କର ବସ ଦୁର୍ଘଟଣା । ଘାଟି ରାସ୍ତାରେ ତଳକୁ ଖସିଗଲା ବସ । ୭ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଭିକିୟାସୈନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ବସଟି ଭିକିୟାସେନରୁ ରାମନଗର ମୁଖେ ଯାତ୍ରା କରୁଥିଲା । ସେହି ସମୟରେ ଭିକିୟାସେନ ବିନାୟକ ଜଲାଲି ମୋଟର ରୋଡର ଶିଳାପାଣି ନିକଟରେ ଏହି ଦୁର୍ଘଟଣାଟି ଘଟିଥିଲା । ଯାହା ପ୍ରାୟ ସକାଳ ୬ଟାରେ ଦେଖିବାକୁ ମିଳିଥିଲା । ବସଟି ଦ୍ବାରହାଟରୁ ନିୟନ୍ତ୍ରଣ ହରାଇ ଗଭୀର ଖାଇରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୬ ରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅନେକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଏବଂ ଆହତଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ନିଶ୍ଚିତକରଣ ପାଇଁ ବର୍ତ୍ତମାନ ଅପେକ୍ଷା କରାଯାଇଛି । ଏହାରି ମଧ୍ୟରେ ବିପର୍ୟ୍ୟୟ ଅଧିକାରୀ ବିନୀତ ପାଲ କହିଛନ୍ତି ଯେ ଉଦ୍ଧାର କାର୍ୟ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।
ଘାଟି ତଳକୁ ଖସିଲା ବସ ; ୭ ଜଣଙ୍କର ଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











