The Ultimate Managed Hosting Platform
ADVERTISEMENT

ଘାଟିରୁ ଖସିଲା ଯାତ୍ରୀବାହୀ ଅଟୋ, ୨ ମୃତ

Facebook
Twitter
LinkedIn

ଗଜପତି : କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ଅଟୋ ଦୁର୍ଘଟଣା ଗ୍ରସ୍ଥ। ପାଇକ ଅନ୍ତରଡା ନିକଟସ୍ଥ କେରେଡାଙ୍ଗ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଅନୁଯାୟୀ , ଗଜପତି ଜିଲ୍ଲା ନୂଆଗଡ ବ୍ଲକ କେରେଡକ୍ଷଙ୍ଗ ରାସ୍ତାରେ ଘଟିଛି ଦୁର୍ଘଟଣା। ଆଜି ଅପରାହ୍ନ ପ୍ରାୟ ସାଢେ଼ ୧୨ଟାରେ ଏକ ଅଟୋ କେରେଡାଙ୍ଗରୁ କିଛି ଯାତ୍ରୀଙ୍କୁ ନେଇ ନୂଆଗଡ ଆସୁଥିଲା । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି। ଗୁରୁତର ବାପି ସାହୁଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ଡଲି କର ବଡପଦା ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣକଙ୍କ ପରିଚୟ ବୁରେଇସଙ୍ଗୀୟା ରଇତ ନୂଆଁଗଡ ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ଆର. ଉଦୟଗିରି ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଖଜୁରୀପଦକ୍ଷ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପୋଲିସ ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login