କୋରାପୁଟ : ପଟ୍ଟାଙ୍ଗୀର ଯୋଡିମାଦେଲି ଘାଟିରେ କାର ଦୁର୍ଘଟଣା । ଘାଟି ତଳକୁ କାର ଖସି ୩ ମୃତ , ଜଣେ ଗୁରୁତର । ଗୁରୁତରଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର । କାରଟି ଛତିଶଗଡରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା । କାରରେ ଶାଶୁ ଶ୍ୱଶୁର ଓ ଝିଅଜ୍ୱାଇଁ ଯାଉଥିଲେ । ଗୁରୁତର ବ୍ୟକ୍ତି ଜଣଙ୍କ ପୁରୁଷ । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ନେଇ ଜଣାପଡ଼ିଛି। ଗାଡ଼ିରେ ଥିଲେ ନନ୍ଦଲାଲ ଠାକର, ଗୌରବ ଠାକର, ରଚନା ଠାକର, ନମନ ଠାକର । ଆହତ ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି ରଚନା ଠାକର।
Views: 70