ଜୟପୁର : ଆଶ୍ଚର୍ଯ୍ୟ .. ଗୋଟିଏ ପରିବାରର ୫ ମୃତ । ଘର ଭିତରୁ ଉଦ୍ଧାର ହେଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ବିକାନେରରେ ଘଟିଛି । ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ ହାରିଥିବା ସୂଚନା । ପୂରା ପରିବାରକୁ ଉଦ୍ଧାର କଲା ପୋଲିସ । ସୁଚନା ମୁତାବିକ୍, ବିକାନେର ଜିଲ୍ଲା ମୁକ୍ତପ୍ରସାଦ ଥାନା ଅନ୍ତର୍ଗତ ଅନ୍ତୋଦୟ ନଗରରେ ଭଡ଼ା ଘରେ ରହୁଥିଲେ ହନୁମାନଙ୍କ ପରିବାର । ଦୁଇ ଦିନ ପୂର୍ବରୁ ଘର ମାଲିକ କବାଟ ବାଡ଼େଇ ବହୁତ ଡାକିଥିଲେ । ହେଲେ ଘରେ କେହି ଡାକ ଶୁଣିନଥିଲେ କି କବାଟ ଖୋଲି ନଥିଲେ । ତା ପରେ ଘର ମାଲିକଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ପୂରା ପରିବାରଙ୍କୁ ଏପରି ଦେଖି ଅଶ୍ଚର୍ୟ୍ୟ ହୋଇଯାଇଥିଲେ । ପୂରା ପରିବାର ଝୁଲନ୍ତା ଅବସ୍ଥାରେ ଥିଲେ । ୫ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ମୃତକମାନେ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ୩ ଟି ସନ୍ତାନ । ତେବେ ସମସ୍ତେ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
Views: 88











