ବୁର୍ଲା: ଖାଇବା ମାଗିବାରୁ ସ୍ୱାମୀକୁ କବାଟ କିଳି ଶାଶୂଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି। ଘଟଣା ପରେ କେନାଲ ପାଣିରେ ଭାସି ଯାଉଥିବା ବୃଦ୍ଧା ଶାଶୂଙ୍କୁ ଉଦ୍ଧାର କରିଛି ପୁଲିସ। ଏହା ପରେ ଅଭିଯୁକ୍ତ ବୋହୂକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ପୁଲିସ।
ସୂଚନା ଅନୁସାରେ, ମାଝୀପାଲିର ଅସ୍ଥାୟୀ କଲୋନୀରେ ପୁଅ ରାଧେଶ୍ୟାମ ଭୁଏ ଓ ବୋହୂ ସବିତା ଭୁଏ ସହ ରୁହନ୍ତି ବୃଦ୍ଧା ଲୟ ଭୁଏ(୬୮)। ସୋମବାର ବୋହୂକୁ ଶାଶୂ ଖାଇବା ମାଗିବା ସହ ଖାଦ୍ୟ ବାଢିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘଟଣା ପରେ ପ୍ରଥମେ ବୋହୂ ଜଣକ ନିଜ ସ୍ୱାମୀଙ୍କୁ ଗୋଟିଏ ଘରେ ବାହାର ପଟୁ କବାଟ କିଳି ଦେଇଥିଲେ। ଏହାପରେ ଏକୁଟିଆ ପାଇ ଶାଶୂଙ୍କ ପାଟି ବନ୍ଦ କରି ଘୋଷାଡି ନେଇ ପାୱାର କେନାଲରେ ଫିଙ୍ଗି ଦେଇଥିଲେ। ପାଣିରେ ଭାସିଯାଉଥିବା ବେଳେ ହଠାତ୍ କଲୋନୀ ପାଖ ଲୁହା ପୋଲର ଗୋଟିଏ ଖମ୍ୱକୁ ଧରି ଅଟକି ଯାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ପଠାଇଥିଲେ। ସେଠାରେ ବୃଦ୍ଧାଙ୍କର ଚିକିତ୍ସା ଜାରି ରହିଥିବାବେଳେ ତାଙ୍କର ଅବସ୍ଥା ଗୁରୁତର ରହିଛି। ଅନ୍ୟପଟେ ପୁଅ ରାଧେଶ୍ୟାମଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଘଟଣା ଘଟାଇବା ପରେ କଲୋନୀର ଏକ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ବୋହୂକୁ ପୁଲିସ ଗିରଫ କରିଥିଲା।
ଘରୋଇ କଳହରୁ ଶାଶୁଙ୍କୁ କେନାଲରେ ଫିଙ୍ଗିଲା ବୋହୂ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











