The Ultimate Managed Hosting Platform
ADVERTISEMENT

ଘରେ ପଶି ଦଳିଦେଲା ହାତୀ

Facebook
Twitter
LinkedIn

ଅନୁଗୁଳ : ଘରେ ଶୋଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ । ପାଲଲହଡା ବନାଞ୍ଚଳ ପେଚାମୁଣ୍ଡି ଗାଁରେ ଯୁବକଙ୍କୁ ଦଳିଦେଲା ହାତୀ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ । ପହଁଞ୍ଚିଲା ବନବିଭାଗ ଓ ପୋଲିସ । ପବିତ୍ର ନାୟକ ଗୁରୁବାର ରାତି ୨ଟା ସମୟରେ ଘର ବାହାରକୁ ଉଠିଥିବା ବେଳେ ଅଚାନକ ଏକ ବଣୁଆଁ ହାତୀ ପବିତ୍ର ନାୟକଙ୍କୁ ଭିଡ଼ି ନେଇ ଘର ଠାରୁ ୨୦୦ ମିଟର ଘୋଷାଡି ନେଇ ପଡିଆ ରେ ଦଳି ମାରିଦେଇଥିଲା।ଖବର ପାଇ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଲ, ପୋଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝା ସୁଝା ପରେ କ୍ଷତି ପୂରଣ ପାଇଁ ସହାୟତା ରାଶି ଦେବାର ବନ୍ଦୋବସ୍ତ କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ ପାଳଲହଡା ଚିକିତ୍ସାଳୟକୁ ପଠାଇ ଦୁର୍ଘଟଣା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ପବିତ୍ର ନାୟକଙ୍କର ଦୁଇଟି ସ୍ତ୍ରୀ ଓ ଗୋଟିଏ ୫ବର୍ଷର ଝିଅ ଥିବା ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login