ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି । ଏଏସଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡା ଏସପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସପି । କାଲି ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡିତାଙ୍କ ବାପା । ଝିଅର ଅଭିଯୋଗ ଏଏସଆଇ ରଖି ନ ଥିବା ଅଭିଯୋଗ କରିଥିଲେ ।
ସେପଟେ ଛାତ୍ରୀଙ୍କ କିପରି ହେଲା ମୃତ୍ୟୁ ?। ରହସ୍ୟ ଖୋଲିବ ପୋଷ୍ଟମର୍ଟମ ରିପୋର୍ଟ। ଆଜି କେନ୍ଦ୍ରାପଡ଼ା ମେଡିକାଲରେ ହେବ ମୃତଦେହ ବ୍ୟବଛେଦ। ପୀଡ଼ିତାଙ୍କୁ ହତ୍ୟା କରାଯାଇଛି ନା ଜୀବନ ହାରିଛନ୍ତି ?। ତାଙ୍କ କଲ ଡିଟେଲ୍ସ ଯାଞ୍ଚ କରୁଛି ପୋଲିସ । ଶେଷ ଥର ପାଇଁ ସେ କାହା ସହ କଥା ହୋଇଥିଲେ । ଫୋନରେ ଛାତ୍ରୀ ଜଣକ କଣ କଥା ହୋଇଥିଲେ ?। ସେସବୁର ତନାଘନା ଚଳାଇଛି ପୋଲିସ। ଅଭିଯୋଗ ଅନୁସାରେ, ଘରେ କେହି ନଥିବା ବେଳେ ନିଜ ଉପରେ କିରୋସିନ ଢାଳି ଜୀବନ ହାରି ଥିଲେ । ଛାତ୍ରୀଙ୍କ ସହ ବ୍ରେକଅପ ହୋଇ ସାରିଥିବା ଜଣେ ଯୁବକ ତାଙ୍କ ଅଶ୍ଳିଳ ଫଟୋ ଛାଡ଼ି ବାରମ୍ବାର ବ୍ଲାକମେଲ କରୁଥିଲା ବୋଲି ଅଭିଯୋଗ ହୋଇଛି ।
ଘରେ ଜଳିଗଲେ ଯୁବତୀ : ଏଏସଆଇଙ୍କୁ ବଦଳି

Facebook
Twitter
LinkedIn
Facebook
Twitter
LinkedIn
Recent News
ମାଧୁରୀ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର
ଭୁବନେଶ୍ୱର : ମାଧୁରୀ ଦୀକ୍ଷିତ ହେଲେ ଓଡିଶାର ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର । ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ...
ପୂରଣ ହେବ ୨୨, ୮୯୬ ପଦବୀ
ଭୁବନେଶ୍ୱର : ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପ ସି ର ୨୨ ହଜାର ୮୯୬ ପଦବୀ ପୂରଣ...
ସିଆରପିଏଫ ବସ ଦୁର୍ଘଟଣା : ୩ ଯବାନଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଉଧମପୁରରେ ସିଆରପିଏଫ ବସ ଦୁର୍ଘଟଣାଗ୍ରସ୍ତ । ୩ ଜଣ ଯବାନଙ୍କର ଚାଲିଗଲା ଜୀବନ । ୧୫ ଜଣ ଯବାନ ଆହତ ହୋଇଛନ୍ତି...
ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ , ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ
ଭୁବନେଶ୍ୱର : ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ରୁଟ୍...