The Ultimate Managed Hosting Platform
ADVERTISEMENT

ଘରେ କେହି ନ ଥିବାର ସୁଯୋଗ ନେଇ କଳାକଲା ବୁଲାଇଲେ ଦୁର୍ବୁତ୍ତ

Facebook
Twitter
LinkedIn

ଉଦଳା : ଜାଗର ପାଇଁ ଝିଅ ଘରକୁ ଯାଇଥିଲେ ମା । ଏତିକି ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୁତ୍ତ । ମହିଳା ଜଣକ ଆସି ଦେଖନ୍ତି ତ ଘର ଝରକା ଖୋଲା ଅଛି କବାଟ ଭଙ୍ଗା ଯାଇଛି । ଆଉ ଗଡ୍ରେଜ୍ ଖୋଲା ପଡ଼ିଛି । ତା ସହ ଟ୍ରଙ୍କର ଜିନିଷ ମଧ୍ୟ ଏତେତେଣେ ପଡ଼ିଛି । ଚାରିଆଡ଼େ ଲୁଗା ପଟା ପଡ଼ିଛି ଆଉ ଘର ସାରା ଛିନ୍ ଛତର ହୋଇ ପଡ଼ିଛି ଆସବାବ ପତ୍ର । ସୁନା ଜିନିଷର ଖୋଳ ପଡ଼ିଥିବା ବେଳେ ଭିତରୁ ସୁନା ଗାୟବ । ହଠାତ ଘରର ଏଭଳି ପରିସ୍ଥିତି ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗ୍ରାମରେ । ଗ୍ରାମର କାହ୍ନୁଚରଣ ପାଣ୍ଡିଆଙ୍କ ସ୍ତ୍ରୀ ରୁଚିରା ପାଣ୍ଡିଆ ଶିବରାତ୍ରି ପାଇଁ ନିଜ ଝିଅ ଘର ଉଦଳାକୁ ଯାଇଥିଲେ । ଲୁଟେରାମାନେ ଘରେ କଳାକନା ବୁଲାଇ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟିନେଇଥିବା ଜାଣିବାକୁ ପାଇଥିଲେ । ଯାହାପରେ ସର୍ବସ୍ୱାନ୍ତ ହୋଇଯାଇଛି ରୁଚିରାଙ୍କ ପରିବାର । ପରେ ଏ ନେଇ ସେ କପ୍ତିପଦା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟର ତରିକା ଦେଖି ଏଥିରେ ୪ ଜଣରୁ ଅଧିକ ଲୁଟେରା ସାମିଲ ଥିବା ପୋଲିସ ଅନୁମାନ କରିଛି । କିନ୍ତୁ ଏ ପର୍ୟ୍ୟନ୍ତ ପୋଲିସ ଲୁଟେରାଙ୍କ ସୁରାକ ପାଇନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login