The Ultimate Managed Hosting Platform
ADVERTISEMENT

ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୁତ୍ତ

Facebook
Twitter
LinkedIn

କଟକ : ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ତ ବିଶ୍ୱାଳପଡା ଗାଁରେ । ଘର ମାଲିକ ନଥିବା ବେଳେ କବାଟ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ଟଙ୍କା ଲୁଟ ଅଭିଯୋଗ ହୋଇଛି । ତେବେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବାର ଅନୁମାନ କରାଯାଉଛି । ସୂଚନା ମୁତାବକ, ଘର ମାଲିକ ଦେବାଶିଷ ପାତ୍ର ବାଙ୍ଗାଲୋରରେ କାର୍ୟ୍ୟ କରନ୍ତି । ତେବେ ତାଙ୍କ ଗାଁ ଘରର ରକ୍ଷଣାବେକ୍ଷଣ କରନ୍ତି ଦେବାଶିଷଙ୍କ ମାଉସୀ ଶକୁନ୍ତଳା ବେଉରା । ଶକୁନ୍ତଳାଙ୍କ ଶାଶୁ ଦେହ ଅସୁସ୍ଥ ଥିବାରୁ ଚାରିଦିନ ହେବ ସେ ବିଶ୍ୱାଳପଡ଼ା ଘରକୁ ଆସି ନଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହ ତଦନ୍ତ କରିଛି । କିନ୍ତୁ ଏ ପର୍ୟ୍ୟନ୍ତ ପୋଲିସ ଲୁଟେରାଙ୍କ ସୁରାକ ପାଇନାହିଁ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ଏହି ଲୁଟେରାଙ୍କ ଶୀକାର ହେଉଥିବା ନଜର ଆସୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login