The Ultimate Managed Hosting Platform
ADVERTISEMENT

ଘରେ କଳାକନା ବୁଲାଇଲା ସାନ ପୁଅ, ସୁନା ଅଳଙ୍କାର ଲୁଚାଇଥିଲା ଖତଗଦାରେ

Facebook
Twitter
LinkedIn

ନୟାଗଡ : ଘରେ କଳାକନା ବୁଲାଇଲା ଘରର ସାନ ପୁଅ । ଘରର ସମସ୍ତ ସଦସ୍ୟ ରାମାୟଣ ନାଟକ ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ସୁନା ଅଳଙ୍କାର ସହ ଟଙ୍କା ଚୋରି କରିଥିଲା ପୁଅ । ସୂଚନା ଅନୁସାରେ ଗତ ୩ ତାରିଖ ଦିନ ନୟାଗଡ଼ ସଦରଥାନା ଅନ୍ତର୍ଗତ ଖୁଣ୍ଟୁବନ୍ଦ ଗାଁର ମାଳତୀ ବାରିକ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ଘରୁ ଚୋରି ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଘରର ପୁଅ ଆଲମିରା ଭାଙ୍ଗି ଗୋଟିଏ ସୁନା ହାର, କାନ ଫୁଲ, ସୁନା ଲକେଟ, ୨ ହଳ ରୁପା ପାଉଁଜି, ୨ ହଳ ରୁପା ମୁଦି, ୫୦ ହଜାର ଟଙ୍କା ଚୋରି କରିଥିଲା । ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଘର ଲୋକ ହିଁ ଚୋରି କରିଛନ୍ତି । ପୋଲିସ ମାଳତୀଙ୍କ ସାନପୁଅ ପ୍ରଶାନ୍ତ କୁମାର ବାରିକକୁ ସନ୍ଦେହ କରି ଥାନାକୁ ଆଣି ପଚରା ଉଚରା କରିଥିଲା । ଆଉ ଶେଷରେ ପ୍ରଶାନ୍ତ ଘରୁ ଚୋରି କରିଥିବା ସ୍ବୀକାର କରିଥିଲା । ଘରର ଖତଗଦାରେ ଚୋରି ସାମଗ୍ରୀକୁ ଲୁଚାଇ ରଖିଥିଲା ପ୍ରଶାନ୍ତ । ସବୁ ସତ ମାନିବା ପରେ ସୁନା ଓ ଟଙ୍କାକୁ ବାହାର କରି ପୋଲିସକୁ ଜିମା ଦେଇଥିଲା । ତେବେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନୟାଗଡ ଏସଡିପିଓ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login