ବଡବିଲ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଘରେ ପଡିରହିଥିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ୱାର୍ଡ ନଂ ୧୫ ଦାମୁହାଟିଂ ଭୂୟାଁ ସାହିରେ । ମୃତ ଯୁବକତ ଜଣଙ୍କ ହେଉଛନ୍ତି ଚିନ୍ତାମଣି ମହାକୁଡଙ୍କ ମଝିଆ ପୁଅ ମହେନ୍ଦ୍ର ମହାକୁଡ । ଗତକାଲି ରାତିରେ ଭୂୟାଁ ସାହିରେ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିବା କହିଛନ୍ତି ଅଞ୍ଚଳ ବାସୀନ୍ଦା । ତେବେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।
Views: 112











