ଭୁବନେଶ୍ୱର : ପଶ୍ଚିମା ଝଡ଼ ଯୋଗୁଁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, ବରଗଡ଼ ଆଦିରେ ବର୍ଷା ଆଶଙ୍କା ରହିଛି। ସରସ୍ୱତୀ ପୂଜା ସହିତ ଗୁରୁବାର ଓ ଶୁକ୍ରବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଅନ୍ୟପଟେ ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ବିଭାଗ ଆକଳନ କରିଛି।
କେନ୍ଦ୍ର କହିଛି ଯେ ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ସକାଳ ସାଢ଼େ ୮ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ଘନ କୁହୁଡ଼ି ଆଶଙ୍କା ରହିଛି।
Views: 71