ବାଲେଶ୍ୱର : ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟରୁ ଜଳିଗଲାଘର । ବାଲେଶ୍ୱର ସହର ନାଥପାଣି ଛକ ନିକଟ ହରିଶ୍ଚନ୍ଦ୍ର ସାହୁଙ୍କ ଘରେ ଘଟିଛି ଘଟଣା । ହରିଶ୍ଚନ୍ଦ୍ରଙ୍କ ଝିଅ ରୋଷେଇ କରୁଥିବା ବେଳେ ୫ କିଲୋ ଓଜନର ଗ୍ୟାସ ସିଲିଣ୍ଡରଟି ଫାଟିଯାଇଥିଲା । ଅଗ୍ନିଶମ ବାହିନୀଙ୍କ ଦ୍ବାରା ନିଆଂକୁ ଆୟତ କରାଯିବା ସହ ଅନ୍ୟ ଏକ ଗ୍ୟାସ ସିଲିଣ୍ଡର ଉଦ୍ଧାର କରାଯାଇଥିଲା । ଗତ ୧୯ ତାରିଖରେ କୋରାପୁଟ ପାଡୁଆ ଥାନା ବାଞ୍ଝଲାପୁଟ ଗାଁରେ ସିଲିଣ୍ଡର ଫାଟି ଉଡିଯାଇଥିଲା ଚାଳଛପର ଘର । ଯେଉଁଥିରେ ଶ୍ବଶୁର ଓ ବୋହୁ ଗୁରୁତର ହୋଇଥିଲେ । ପରେ ତାଙ୍କୁ ମିଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ଚଳିତ ମାସ ୫ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡଡୁମୁଳା ବାଗଡା ଗାଁରେ ରୋଷେଇ କରୁଥିବା ସମୟରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ଅଗଷ୍ଟ ମାସ ୨୭ ତାରିଖରେ କୋଟପାଡ଼ ଚିତା ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ପୁରା ଘର ଜଳିଯାଥିଲା ।
Views: 40