The Ultimate Managed Hosting Platform
ADVERTISEMENT

ଗ୍ୟାସ ଲିକ ଯୋଗୁଁ ଲାଗିଲା ନିଆଁ, ନିଆଁରେ ଜଳି ଗୁରୁତର ହେଲେ ଚିକେନ ଦୋକାନୀ

Facebook
Twitter
LinkedIn

କନ୍ଧମାଳ : ନିଜ ଚିକେନ ସେଣ୍ଟରରେ ପାଣି ଗରମ କରିବା ପାଇଁ ଗ୍ୟାସ ଲଗାଇବା ସମୟରେ ଗ୍ୟାସ ଲିକରୁ ଘଟିଲା ଅଗ୍ନିକାଣ୍ଡ । ନିଆଁ ଦୋକାନ ସାରା ବ୍ୟାପିବା ପରେ ହୁହୁ ହୋଇ ଜଳିଥିଲା ଚିକେନ ସେଣ୍ଟର । ତେବେ ଦୋକାନ ଭିତରେ ଫସି ଯାଇଥିଲେ ଚିକେନ ଦୋକାନୀ ।ତେବେ କୈାଣସି ମତେ ନିଆଁ କବଳରୁ ମୁକୁଳି ବାହାରକୁ ଆସିଥିଲେ ବି ପୋଡି ହୋଇ ଗୁରୁତର ହୋଇପଡିଥିଲେ । ଚିକେନ ସେଣ୍ଟରରେ ପାଣି ଗରମ କରୁଥିବା ସମୟରେ ଏପରି ଘଟିଥିବା କହିଛନ୍ତି ସ୍ଥାନୀୟ ବାସୀନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ବସ ଷ୍ଟପ ନିକଟରେ ଥିବା ରତନ ଚିକେନସେଣ୍ଟରରେ ଘଟିଛି ଏପରି ଅଘଟଣ । ଗୁରୁତର ଦୋକାନୀ ବେଲେ ବାଟାଗୁଡାର ରତନ ଦିଗଲ । ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login