ବ୍ରହ୍ମପୁର : ନିମଖଣ୍ଡି ଥାନା ବୋରି ଗାଁରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ । ୱାର୍ଡ ମେମ୍ବର ପ୍ରଫୁଲ୍ଲ ରାଉଳ ଗୁରୁତର । ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ପ୍ରଫୁଲ୍ଲଙ୍କ ଘରର ବହୁ ଆସବାବପତ୍ର ନଷ୍ଟ ହୋଇଛି । ଗ୍ୟାସ ଲିକରୁ ହୋଇଥିବା ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ ୪ ଘର କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିଶମ ବିଭାଗ, ନିମଖଣ୍ଡି ପୋଲିସ ପହଞ୍ଚି ପ୍ରଫୁଲ୍ଲଙ୍କୁ ଉଦ୍ଧାର କରିଥିଲେ ।
Views: 45











