The Ultimate Managed Hosting Platform
ADVERTISEMENT

ଗ୍ୟାସ ଟାଙ୍କି ଫାଟି ୫ ମୃତ

Facebook
Twitter
LinkedIn

ଲକ୍ଷ୍ନୌ : ଫାଟିଲା ଗ୍ୟାସ ଟାଙ୍କି । ଗୋଟିଏ ପରିବାରର ୫ ଜଣଙ୍କର ଚାଲିଗଲା ଜୀବନ । ମଙ୍ଗଳବାର ବିଳମ୍ବିତ ରାତିରେ ରାଜଧାନୀ ଲକ୍ଷ୍ନୌର କାକୋରି ଅଞ୍ଚଳରେ ଥିବା କଂସାବାସନ କାରିଗରଙ୍କ ଘରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳିକା ମଧ୍ୟ ଅଛନ୍ତି।ବିସ୍ଫୋରଣରେ କାରିଗର ମୁଶିର ଅଲ୍ଲୀ, ତାଙ୍କ ପତ୍ନୀ ହୁସ୍ନା ବାନୋ, ନାବାଳକ ଝିଆରୀ ହୁମା, ହିବା ଓ ଝିଆରୀ ରାଇୟାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁଶିରଙ୍କ ଦୁଇ ଝିଅ, ଜଣେ ଝିଆରୀ ଓ ଭିଣୋଇ ଅଜମତ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୀଷଣ ଥିଲାଯେ ପୂରା ଘର ଭୁଶୁଡ଼ି ନିଆଁ ଲାଗିଯାଇଥିଲା। ମୃତ ମୁଶିରଙ୍କ ପାଖରେ ବାଣ ବ୍ୟବସାୟ ପାଇଁ ଲାଇସେନ୍ସ ମଧ୍ୟ ଥିଲା । କିଛି ଲୋକ କହନ୍ତି ଯେ କିଛି ବଳକା ଦୀପାବଳି ବାଣ ମଧ୍ୟ ମୁଶିରଙ୍କ କୋଠରୀରେ ରଖାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login