ଭଞ୍ଜନଗର : ନୃଶଂସ ପାଲଟିଗଲା ସ୍ୱାମୀ । ଯାହାକୁ ସାତ ଜନ୍ମର ସାଥି କରି ତାର ହାତ ଧରି ଆଣିଥିଲା ତାକୁ ମାରିବାକୁ ପଛାଇଲା ନାହିଁ । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ । ବଡଗଡ ଥାନା ରୁଗୁମୁ ଗାଁରେ ଅଭାବନୀୟ ଘଟଣା । ଗ୍ୟାସରେ ରୋଷେଇ କରିବାକୁ ସ୍ତ୍ରୀ ସହ ବଚସା କରିଥିଲା ସ୍ୱାମୀ । ଯୁକ୍ତିତର୍କ ପରେ ଗୁଡିଆମ୍ବ ଛକକୁ ପଳାଇ ଆସିଥିଲେ ମହିଳା । ପଛେ ପଛେ ସ୍ୱାମୀ ଆସି ପୁଣି ଯୁକ୍ତି ତର୍କ ସହ ଆଣି ଦେଇଥିଲା । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ପଚରାଉଚରା ।
Views: 82