ବ୍ୟୁରୋ : ସୁନ୍ଦର ଓ ଗ୍ଲୋଇଂ ସ୍କିନ ପାଇବାକୁ ଚାହୁଁଛନ୍ତି କି ? ତେବେ ବ୍ୟବହାର କରନ୍ତୁ ଏହି ଘରୋଇ ଜିନିଷ । ଆଜ୍ଞା ହଁ ଘରୋଇ ଉପାୟରେ ଆପଣ ଆପଣ ସୁନ୍ଦରତା ପାଇ ପାରିବେ । ବ୍ୟସ୍ତବହୁଳ ଜୀବନରେ କମ୍ ସମୟ ମଧ୍ୟରେ ସୁନ୍ଦର ଦିଶିବା ପାଇଁ ମାର୍କେଟରେ ବିକ୍ରି ହେଉଥିବା ବିଭିନ୍ନ କେମିକାଲ କ୍ରିମର ବ୍ୟବହାର କରିଥାନ୍ତି ତ ପୁଣି ପାର୍ଲର ଯାଇଥାନ୍ତି । କିଛି କ୍ଷଣ ପାଇଁ ସୁନ୍ଦରତା ଦେଇଥାଏ ସତ କିନ୍ତୁ ପରବର୍ତ୍ତୀ ସମୟରେ ସ୍କିନକୁ ଖରାପ କରିଦେଇଥାଏ । ତେଣୁ ଚମକଦାର ତ୍ବଚା ସହ ସ୍କିନ୍ ଭଲ ରଖିବାକୁ ଚାହୁଁଥିଲେ ଘରୋଇ କ୍ରିମର ବ୍ୟବହାର କରନ୍ତୁ । କେଉଁ ଭଳି ଭାବେ ଘରୋଇ ଉପାୟ ମାଧ୍ୟମରେ ଗ୍ଳୋଇଂ ସ୍କିନ୍ ପାଇପାରିବେ ଆସନ୍ତୁ ଆମେ ଆପଣଙ୍କୁ ଆଜି ସେ ସମ୍ପର୍କରେ ଜଣାଇବୁ । ବିଟ୍ରୁଟରେ ଭିଟାମିନ୍ ସି, ଏ, ବି୬, ଫୋଲିକ୍ ଏସିଡ୍, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଆଇରନ୍ ରହିଛି, ଯାହା ତ୍ୱଚାକୁ ସୁସ୍ଥ, ହାଇଡ୍ରେଟେଡ୍ ଏବଂ ଚମକଦାର ରଖିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ତ୍ୱଚା ପାଇଁ ବିଟ୍ରୁଟ୍ର କ’ଣ ଲାଭ ଅଛି ଏବଂ ଆପଣ ଏହାକୁ କିପରି ବ୍ୟବହାର କରିପାରିବେ ।
ବିଟରୁଟରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ସ୍କିନରେ ଚମକ ଆଣିବା ସହ ମୁହଁକୁ ସତେଜ ରଖିଥାଏ । ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ବ୍ରଣ ଜନିତ ସମସ୍ୟାକୁ କମାଇଥାଏ । ଏଥିରେ ଥିବା ଜଳୀୟ ଅଂଶ ସ୍କିନକୁ ହାଇଡ୍ରେଟ୍ ରଖିବା ସହିତ ଶୁଷ୍କତାଠାରୁ ମୁକ୍ତି ଦେଇଥାଏ । ଏତିକି ନୁହେଁ ବରଂ ମୁହଁରେ କଳା ଦାଗ ଦେଖା ଦେଉଥିଲେ ଏଥିପାଇଁ ବିଟ୍ରୁଟ୍ ବେଷ୍ଟ ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ଫେସର କଲରରେ ମଧ୍ୟ ହାଲକା ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଥିରେ ଥିବା ଲାଭକାରୀ ଗୁଣ ସ୍କିନକୁ ଖରାରୁ ରକ୍ଷା କରିବାରେ ସହାୟକ କରିଥାଏ । ମୁହଁରେ ପଡୁଥିବା ଭାଙ୍ଗକୁ ମଧ୍ୟ କମ୍ କରିଥାଏ । ସ୍କିନକୁ ଟାଇଟ କରି ରଖିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ଏହା ବ୍ୟତୀତ ସ୍କିନର ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ । ତେବେ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା । ଏହା ପ୍ରାକୃତିକ ଉପାଦାନରୁ ତିଆରି । କିନ୍ତୁ ଏହାକୁ ମୁହଁରେ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ କରନ୍ତୁ । ଯଦି କୌଣସି ପ୍ରକାରର ଆଲର୍ଜି କିମ୍ବା ମୁହଁରେ ଜ୍ୱଳନ ହେଉଛି, ତେବେ ଏହି ସବୁଠାରୁ ଦୂରରେ ରୁହନ୍ତୁ ।
ଗ୍ଲୋଇଂ ସ୍କିନ ପାଇବାକୁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ବିଟରୁଟ…
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







