ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ନେଇ ୧୧ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ହିଟ୍ ୱେଭ କୁ ଦୃଷ୍ଟିରେ ରଖି ୧୧ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ । ଆସନ୍ତାକାଲି ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ , କେନ୍ଦୁଝର , ମୟୁରଭଞ୍ଜ ଓ ବାଲେଶ୍ୱରକୁ ହିଟ୍ ୱେଭ ୱାର୍ଣ୍ଣିଂ ।
ସେପଟେ ଆଜି ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ସହର । ଝାରସୁଗୁଡାରେ ୪୨.୪ ଡିଗ୍ରୀ ତାପମାତ୍ରା । ସମ୍ବଲପୁର-୪୧.୮, ହୀରାକୁଦ-୪୦.୪ ଡିଗ୍ରୀ ରେକର୍ଡ । ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର । ଚାନ୍ଦବାଲି-୩୯.୬ , ଭୁବନେଶ୍ୱର -୩୯.୪ ଡିଗ୍ରୀ ରେକର୍ଡ । କେନ୍ଦୁଝର -୩୮ , ବାଲେଶ୍ୱର -୩୭.୨ ଡିଗ୍ରୀ ରେକର୍ଡ ।
Views: 84