ମୟୂରଭଞ୍ଜ : ଗ୍ରାହକ ସାଜି ଆସି ବ୍ୟାଙ୍କରୁ ଲୁଟି ନେଲେ ୩୦ ଲକ୍ଷ ।ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସଵିଆଇ ଶାଖାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ଏପରିକି ଦୁର୍ବୃତ୍ତଙ୍କ ମାଡ଼ରେ ବ୍ୟାଙ୍କର ଦୁଇ କର୍ମଚାରୀଙ୍କୁ ଲହୁଲୁହାଣ ହୋଇଛନ୍ତି । ଘଟଣାସ୍ଥଳରେ ବହଳଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।ସୂଚନା ଅନୁସାରେ ଆଜି ସକାଳୁ ବ୍ୟାଙ୍କ୍ ଖୋଲିବାର କିଛି ସମୟ ପରେ ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ବ୍ୟାଙ୍କକୁ ପହଞ୍ଚିଥିଲେ । ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିବା ବେଳେ ୨ ଜଣ ବାହାରେ ଜଗିଥିଲେ । ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟିଥିଲେ। ବାଧା ଦେବାରୁ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଆଖି ପିଛୁଳାକେ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ବାଇକ ଯୋଗେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସମସ୍ତ ଅଭିଯୁକ୍ତ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗ୍ରାହକ ସାଜି ଆସି ବ୍ୟାଙ୍କରୁ ଲୁଟି ନେଲେ ୩୦ ଲକ୍ଷ

Facebook
Twitter
LinkedIn
Facebook
Twitter
LinkedIn
Recent News
ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ
ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...
ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...
ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ
କଣ୍ଟାବାଞ୍ଜି : ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ତୁରେକେଲା ଥାନା ମହୁଲପାଟି ଗାଁରେ ଅଭାବନୀୟ ଘଟଣା । ଗୋଡ ହାତରେ...
ବାଡି ପୋଖରୀରୁ ୬ ଫୁଟର କୁମ୍ଭୀର ଉଦ୍ଧାର
ପଟ୍ଟାମୁଣ୍ଡାଇ : ବାଡି ପୋଖରୀରୁ ୬ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର । ରାଜନଗର ବ୍ଲକ ୟେଣ୍ଡୁଳିପୁର ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର । ଉଦ୍ଧାର ମାଇ...