ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦକା ଗୋଠପାଟଣାରେ ମହିଳା ଜଳଖିଆ ଦୋକାନୀଙ୍କୁ ଛୁରୀ ଭୁସି ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ମିଥୁନ ଜେନାଙ୍କୁ ଗିରଫ କଲା ଚନ୍ଦକା ପୋଲିସ । ୭ ତାରିଖରେ ମହିଳାଙ୍କୁ ଛୁରୀ ଭୁସି ବୀଭତ୍ସ ଭାବେ କରିଥିଲା ହତ୍ୟା । ମହିଳାଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲା ଅଭିଯୁକ୍ତ । ମୃତ ମହିଳା ଜଣଙ୍କ ପରିବାର ସହ କ୍ରିଷ୍ଣାପୁରୀ ଅଞ୍ଚଳରେ ରହୁଥିଲେ । ତେବେ ଘୁଗୁନି ଖାଇବାକୁ ନେଇ ପୂର୍ବରୁ ବିବାଦ ହୋଇଥିଲା । ନିଖିଲ ଘୁଗୁନି ଖାଇବାକୁ ଆସିଥିବା ବେଳେ ବାରମ୍ବାର ଘୁଗୁନି ମାଗି ଖାଇବାକୁ ନେଇ ସସ୍ମିତା ଏବଂ ନିଖିଲଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ମନରେ ରାଗ ରଖିଥିବା ମିଥୁନ ଗତ ୬ ତାରିଖରେ ଆସି ସସ୍ମିତାଙ୍କୁ ଛୁରୀ ଭୁସି ଦେଇଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ୭ ତାରିଖ ଦିନ ମୃତ୍ୟୁ ଘଟିଥିଲା ।
Views: 96