ସୋର : ରାତିକରେ ବୁଲାଇଦେଲେ କଳାକନା । ଗୋଟାଏ ରାତିରେ ବାଲେଶ୍ୱର ସୋର ସବିରା ଷ୍ଟେସନ ବଜାରରୁ ୯ ଦୋକାନ ଚୋରି ହୋଇଛି । ଭିନ୍ନକ୍ଷମଙ୍କ ଦୋକାନକୁ ବି ଛାଡ଼ିଲେନି ଚୋର । ଦୋକାନରେ ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବା ଦୃଶ୍ୟ କୟଦ । ଚାବି ଭାଙ୍ଗି ଚୋର ସମସ୍ତ ଦୋକାନରୁ କ୍ୟାସ ବାକ୍ସ ନେଇଗଲେ । ସମସ୍ତ ଦୋକାନରୁ ମୋଟ ଟଙ୍କାର ପରିମାଣ ୫୦ ହଜାର ହେବ ବୋଲି ଜଣାପଡିଛି ।
ଚୋର ଆଖଣ୍ଡମଣି ଇଲୋଟ୍ରୋନିକିସ ଦୋକାନରେ ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବା ଦୃଶ୍ୟ କୟଦ ହୋଇଛି । ଷ୍ଟେସନାରୀ, ଭେରାଇଟ ଷ୍ଟୋର, ପାନ, ଅଣ୍ଡା, ସେଲୁନ ପ୍ରଭୃତି ଦୋକାନରୁ ହୋଇଛି ଚୋରି । ଭିନ୍ନକ୍ଷମ ବୃନ୍ଦାବନ ଦଳେଇଙ୍କ ଟେଲର ଦୋକାନରୁ ଚୋରି ହୋଇଛି । ଖଵରପାଇ ସୋର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରମାନଙ୍କୁ ଧରିଵା ସହିତ ଚୋରି ଜିନିଷ ଉଦ୍ଧାର ପାଇଁ ଦୋକାନୀମାନେ ଦାଵି କରିଛନ୍ତି ।
Views: 79