The Ultimate Managed Hosting Platform
ADVERTISEMENT

ଗୋଟିଏ ନୁହେଁ ୩ଟି ଲଘୁଚାପ ! ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ

Facebook
Twitter
LinkedIn

ଭୁବନେଶ୍ୱର : ଗୋଟିଏ ନୁହେଁ ଲଗାତାର ୩ଟି ଲଘୁଚାପ ନେଇ ଆକଳନ । ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ । ଗୋଟିଏ ସୃଷ୍ଟି ହୋଇଛି, ୨୬ ବେଳକୁ ଦ୍ୱିତୀୟ , ୨୯ ବେଳକୁ ୩ୟ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ । ତଥାପି ଦକ୍ଷିଣ ଓଡିଶା ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହୋଇପାରେ । ୨୬-୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଅଧିକ ଘନୀଭୂତ ସମ୍ଭାବନା । ପ୍ରଥମଟିର ବେଶୀ ପ୍ରଭାବ ନ ପଡିପାରେ , ଦ୍ୱିତୀୟର ପ୍ରଭାବ ବେଶୀ ରହିବ । ମାତ୍ର ୩ଟି ଲଘୁଚାପ ନେଇ ଆଇଏମଡି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ନେଇ ଆଲର୍ଟରେ ପ୍ରଶାସନ । ରାଜସ୍ୱ ଓ ବିପ ର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ସବୁ ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତେ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା ଏ ଯାଏଁ କେବଳ ବର୍ଷା ଆକଳନ କରିଛି । ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବା ସମ୍ଭାବନା । ଦକ୍ଷିଣ ଓଡିଶାରେ ରେଡ ଓ ଉପକୂଳରେ ଅରେଞ୍ଜ ଆଲର୍ଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login