The Ultimate Managed Hosting Platform
ADVERTISEMENT

ଗୋଟିଏ ଦିନ ବଢିଲା ବାଲିଯାତ୍ରା , ସୋନୁ ନିଗମଙ୍କ ‘ପୁଚୁକି ଗାଲି’ ଗୀତରେ ମଜିଲେ ଦର୍ଶକ

Facebook
Twitter
LinkedIn

କଟକ : ଦୁଲୁକିଲା ବାଲିଯାତ୍ରା ପଡିଆ । ନାଚି ଉଠିଲେ ଦର୍ଶକ । ପିଲାଠୁ ବୟସ୍କ ସମସ୍ତଙ୍କ ମନ ମୋହିଲେ ବଲିଉଡର ଲୋକପ୍ରିୟ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ । ବାଲିଯାତ୍ରା ତଳ ପଡିଆ ପାଲଟିଥିଲା ଜନ ସମୁଦ୍ର । ସୋନୁଙ୍କ ଗୀତରେ ଝୁମି ଉଠିଥିଲେ ଦର୍ଶକ । ବୈଷ୍ଣବ ପାଣଇ ମଞ୍ଚରେ ଦର୍ଶକଙ୍କ ଖଚାଖଚ ଭିଡ ଓ ତାଳିମାଡରେ ମଞ୍ଚ ଦୁଲୁକିଥିଲା । ଓଡିଆ ଭଜନ ସହ ଫଇଲ୍ମ ଗୀତରେ ଦର୍ଶକଙ୍କୁ ଝୁମେଇ ଥିଲେ ସୋନୁ ।
ଅନ୍ୟପଟେ କଟକ ଐତିହାସିକ ବାଲିଯାତ୍ରାର ଅବଧିକୁ ଦିନକ ପାଇଁ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୧୫ ପୂର୍ଣ୍ଣିମା ଠାରୁ ୮ ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦଯାପନ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login