The Ultimate Managed Hosting Platform
ADVERTISEMENT

ଗୋଆ ଅଗ୍ନିକାଣ୍ଡ ; ଲୁଥ୍ରା ବ୍ରଦର୍ସ ଅଟକ

Facebook
Twitter
LinkedIn

ଗୋଆ : ଗୋଆ ପବ ଅଗ୍ନିକାଣ୍ଡ ଘଟଣାରେ ଫେରାର ଥିବା ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡରେ ଅଟକ । ଥାଇଲାଣ୍ଡ ଫୁକେଟରେ ଦୁଇ ଭାଇଙ୍କୁ ଅଟକ ରଖିଲା ପୋଲିସ । ଭାରତ ସରକାରଙ୍କ ଅନୁରୋଧ ପରେ ସୈାରଭ ଓ ଗୈାରବ ଲୁଥ୍ରା ଅଟକ । ହେପାଜତକୁ ନେବାକୁ ଖୁବଶୀଘ୍ର ଥାଇଲାଣ୍ଡ ଯିବ ଗୋଆ ପୋଲିସ । ୬ ତାରିଖରେ ପବରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ପବର ଫାଉଣ୍ଡର ଲୁଥ୍ରା ବ୍ରଦର୍ସ ଘଟଣା ପରଠୁ ଫେରାର ଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ନିଆଁ ଲାଗିବାର ମାତ୍ର କିଛି ଘଣ୍ଟା ମଧ୍ୟରେ, ଅର୍ଥାତ୍ ଡିସେମ୍ବର ୭ ତାରିଖ ୧:୧୭ ମିନିଟରେ ସେମାନେ ଫୁକେତ ପାଇଁ ଟିକେଟ୍ ବୁକ୍ କରିଥିଲେ । ଯାହାକୁ ଖସି ପଳାଇବାର ଏକ ସ୍ପଷ୍ଟ କୌଶଳ ବୋଲି ପୋଲିସ କହୁଛି । ସେପଟେ ଦୁଇ ଅଭିଯୁକ୍ତ ଗୌରବ ଏବଂ ସୌରଭ ଲୁଥ୍ରାଙ୍କୁ ଧରିବାକୁ ଘେରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି ଗୋଆ ପୋଲିସ । କେନ୍ଦ୍ରୀୟ ଏଜେନ୍ସିର ସହାୟତାରେ ୪୮ ଘଣ୍ଟା ମଧ୍ୟରେ ଇଣ୍ଟରପୋଲକୁ ବ୍ଲୁ -କର୍ଣ୍ଣର ନୋଟିସ୍ ଜାରି କରାଯାଇଛି ।
ଅନ୍ୟପଟେ ଦିଲ୍ଲୀର ରୋହିଣୀ କୋର୍ଟରେ ଲୁଥ୍ରା ବ୍ରଦର୍ସ କରିଥିବା ଅନ୍ତରୀଣ ଜାମିନ ଆବଦେନକୁ ଖାରଜ କରିଛନ୍ତି କୋର୍ଟ । ଦୁଇ ଭାଇ ଜାମିନ ଆବେଦନରେ ଏହା ପୂର୍ବ ନିର୍ଦ୍ଧାରିତ ବ୍ୟବସାୟିକ ଯାତ୍ରା ବୋଲି କହି କୋର୍ଟଙ୍କୁ ଜାମିନ ମାଗିଥିଲେ, ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଦିଲ୍ଲୀରୁ ଗିରଫ ହୋଇଥିବା ଅନ୍ୟତମ ସହ-ମାଲିକ ଅଜୟ ଗୁପ୍ତାଙ୍କୁ ୩୬ ଘଣ୍ଟା ପାଇଁ ରିମାଣ୍ଡରେ ପଠାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login