ଜଳେଶ୍ୱର : ଅନଲାଇନ ଗେମ ଖେଳିବାକୁ ମନା କରିବାରୁ ଝୁଲିପଡିଲେ ଛାତ୍ର । ସିଲଂ ଥାନା ଜାମଶୁଳି ଗାଁରେ ଝୁଲିପଡିଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଘରେ ଗେମ ଖେଳିବାକୁ ବାରଣ କରିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ନ ଜେନା । ଜୟକୃଷ୍ଣ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ । ଏନେଇ ପରିବାର ଲୋକ ବାରଣ କରିବାରୁ ଜୟକୃଷ୍ଣ ଗାମୁଛା ଲଗାଇ ଜୀବନ ହାରିଛନ୍ତି । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।
Views: 48











