ଭବାନୀପାଟଣା : ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ । ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଇଥିବା ବେଳେ ବିରୋଧ । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ନାରାବାଜି ସହ କଳାପତାକା ପ୍ରଦର୍ଶନ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିରୋଧ । ଦିବ୍ୟଶଙ୍କରଙ୍କ ସହ ଥିଲେ ଦୁଇ ବିଧାୟକ ଭୂପିନ୍ଦର ସିଂ ଓ ପ୍ରଦୀପ ଦିଶାରୀ । କଳାହାଣ୍ଡି ଜିଲ୍ଲା ନର୍ଲାରେ ମଙ୍ଗଳବାର ଏକ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନ ଓ ୨୬ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ କାର୍ୟ୍ୟକ୍ରମ ପୂର୍ବରୁ ବିରୋଧୀ କଂଗ୍ରେସ କର୍ମକର୍ତ୍ତାଙ୍କ ଦ୍ବାରା ବିରୋଧର ଶିକାର ହୋଇଛନ୍ତି। ବହୁଚର୍ଚ୍ଚିତ ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ, ୫ଟି ଯୋଜନାରେ ରୂପାନ୍ତରିତ କାର୍ୟ୍ୟରେ ହରିଲୁଟ ଓ ବ୍ଲକରେ ଶିକ୍ଷକ ସମସ୍ୟା ନେଇ ନର୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ବିଧାୟକ ଶ୍ରୀ ମିଶ୍ର ଓ ଶ୍ରୀ ସିଂହଙ୍କୁ ତୀବ୍ର ବିରୋଧ କରିଥିଲେ। ଉଭୟ ବିଧାୟକ ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଣ୍ଡାମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। କଂଗ୍ରେସର କର୍ମକର୍ତ୍ତମାନେ ଦିବ୍ୟଶଙ୍କର ମିଶ୍ର ଗୋ ବ୍ୟାକ୍ ଗୋ ବ୍ୟାକ୍ ନାରା ଦେଇଥିଲେ। ବର୍ଷାରେ ଭିଜିଭିଜି ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ।
ଗୁରୁ ଦିବସ କାର୍ଯ୍ୟକ୍ରମ : ଦିବ୍ୟ ଶଙ୍କରଙ୍କୁ ବିରୋଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











